ଫେନ୍ସିଂ ପ୍ରଥମ ରାଉଣ୍ଡ ଜିତିଲେ ଭବାନୀ ଦେବୀ

ଟୋକିଓ,ଏଜେନ୍ସି: ଅଲମ୍ପିକରେ ଡେବ୍ୟୁ କରିଥିବା ଭାରତୀୟ ଫେନ୍ସର ଭବାନୀ ଦେବୀ ଫେନ୍ସିଂ ପ୍ରଥମ ରାଉଣ୍ଡ ଜିତିଛନ୍ତି। ମହିଳା ସବର ଇଭେଣ୍ଟର ପ୍ରଥମ ରାଉଣ୍ଡରେ ବାଜି ମାରିଛନ୍ତି ଭବାନୀ। ଟ୍ୟୁନିସିଆର ନାଦିଆ ବେନ ଆଜିଜିଙ୍କୁ ୧୫-୩ରେ ପରାସ୍ତ କରିଛନ୍ତି ଭବାନୀ।

ଅସି ଚାଳନାରେ ଅଲମ୍ପିକରେ ଭାଗ ନେଇଥିବା ପ୍ରଥମ ମହିଳା ହେଲେ ଭବାନୀ ଦେବୀ। ୭ଟା ୪୦ରେ ପ୍ରି କ୍ବାର୍ଟର ମ୍ୟାଚ ହେବ। ଏଥିରେ ଫ୍ରାନ୍ସର ମାନୋନ ବୁଟେନଙ୍କୁ ଭେଟିବେ ଭବାନୀ। ଅଲିମ୍ପିକ୍ସରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରଥମ ଭାରତୀୟ ହୋଇଥିବା ଚେନ୍ନାଇ ଖେଳାଳି ତାଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନରେ ପ୍ରଥମ ତିନି ମିନିଟରେ ୮-୦ରେ ରେକର୍ଡ କରିଥିଲେ।