ଇରାନ,ଏଜେନ୍ସି: ଆଫଗାନିସ୍ତାନ ପରେ ଏବେ ଇରାନରେ ବି ଆରମ୍ଭ ହୋଇଗଲାଣି ଏକ ଛତ୍ରବାଦ ଶାସନ। ମହିଳାଙ୍କ ଉପରେ ଲାଗୁ ହେଉଛି ବିଭିନ୍ନ ପ୍ରତିବନ୍ଧକ। ପୂର୍ବରୁ ଇରାନରେ ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରତିବନ୍ଧକ ରହିଛି।
ଆଉ ଏବେ ନୂଆ ନିୟମ ଲାଗୁ କରିଛନ୍ତି ସରକାର। କୌଣସି ଖେଳ ଦେଖିବା ପାଇଁ ମହିଳାଙ୍କୁ ଷ୍ଟାଡିୟମ ବାରଣ କରାଯାଇଛି। ଗତ ମାର୍ଚ୍ଚ ୯ ତାରିଖରେ ମାସାଦର ଇମାମ ରେଜା ଫୁଟବଲ ଷ୍ଟାଡିୟମକୁ ପ୍ରବେଶ ଉପରେ କଟକଣା ଲାଗୁ କରିଥିଲେ ଇରାନ୍ ସରକାର।
କିନ୍ତୁ ଷ୍ଟାଡିୟମ ଭିରତକୁ ପ୍ରବେଶ କରୁଥିବା ବେଳେ ଭିତରକୁ ଛାଡିନଥିଲେ ଅଧିକାରୀ। ଏପରିକି ବଳପୂର୍ବକ ସେମାନଙ୍କୁ ବାହାର କରି ଦେଇଥିଲେ। ଘଟଣାକୁ ନେଇ କ୍ଷୁବ୍ଧ ହୋଇଛି ଫିଫା। ଦାବି କରିଛଇ ତୁରନ୍ତ ସେହି ଷ୍ଟାଡିୟମରୁ ମ୍ୟାଚ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ।