ରାମନାଗୁଡା,ଏନ୍ଏନ୍ଏସ୍: କରୋନାରେ ମୁକାବିଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ସଂକ୍ରମଣକୁ ରୋକିବା ନେଇ ମାସ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ମହିଳା ଗୋଷ୍ଠୀର ସଦସ୍ୟାମାନେ ମାସ୍କ ପ୍ରସ୍ତୁତି କରିବାରେ ଲାଗିପଡ଼ିଛନ୍ତି। ତେବେ ବଜାରରେ ମାସ୍କର ଅଭାବ ରହିଥିବା ବେଳେ ଆବଶ୍ୟକ ମାସ୍କ ଯୋଗାଇଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ମାଗଣାରେ ୫ ହଜାରରୁ ଊଦ୍ଧ୍ୱର୍ ମାସ୍କ ଯୋଗାଇ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପ୍ରଦାନ କରି ଏହି ମହିଳାମାନେ ବନିଯାଇଛନ୍ତି କରୋନା ଯୋଦ୍ଧା। ସମଗ୍ର ବିଶ୍ୱ କରୋନା ମୁକାବିଲା କ୍ଷେତ୍ରରେ ସାମିଲ ହୋଇଥିବାବେଳେ ଗୋଷ୍ଠୀସଂକ୍ରମଣକୁ ରୋକିବାରେ ମାସ୍କ ହେଉଛି ଏକମାତ୍ର ଅସ୍ତ୍ର।ରାମନାଗୁଡାବ୍ଲକ ଓଡିଶା ଜୀବିକା ମିଶନ ଅଧିନରେ ରହିଛନ୍ତି ୫୪୨ଟି ସ୍ୱୟଂ ସହାୟକ ଗୋଷ୍ଠୀ।ଲକ୍ ଡାଉନ୍ ପାଇଁ ଗୋଷ୍ଠୀର ସଦସ୍ୟା ମାନେ ପଣକରି ଘରେ ବସି ରହିଛନ୍ତି।
