ଗଣେଶ ପୂଜା ମଣ୍ଡପରେ ଗୁରୁଙ୍କୁ ଦେଲେ ସମ୍ବର୍ଦ୍ଧନା, ଖିରି ଭୋଗ ଗ୍ରହଣ କଲେ ଶତାଧିକ ଶ୍ରଦ୍ଧାଳୁ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ର ପ୍ରଶିଦ୍ଧ ଗଣେଶ ମେଳା ଅବସରରେ ଆଜି ୧୯୮୩ ମ୍ୟାଟ୍ରିକ ବ୍ୟାଚ୍‌ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହ ଖିରି ଭୋଗ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଖିରି ଭୋଗ ଗ୍ରହଣ କରିଥିବା ବେଳେ ୮୩ ବ୍ୟାଚ୍‌ ପକ୍ଷରୁ ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ସୁଦର୍ଶନ ଦାଶ, ଶଶୀ ଭୂଷଣ ଦାଶ ଓ ଗଣେଶ ମେଳା ପୂଜା କମିଟିର ସଭାପତି ଶମ୍ଭୁନାଥ ଗୋଏଲଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମ ଆୟୋଜନରେ ୮୩ ବ୍ୟାଚର ଛାତ୍ର ଉମା ଶଙ୍କର ସାହୁ, ପୂର୍ବତନ ବିଧାୟକ ସଞ୍ଜୀବ କୁମାର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟ, ସତ୍ୟ ନାରାୟଣ ମିଶ୍ରଙ୍କ ସମେତ ବହୁ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।