ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ନିର୍ଭୟା ଦୋଷୀ ପବନ କୁମାରକୁ ସୁପ୍ରିମକୋର୍ଟ ପକ୍ଷରୁ ବଡ ଝଟକା । ସୁପ୍ରିମ କୋର୍ଟ ପବନର କ୍ୟୁରେଟିଭ୍ ପିଟିସନକୁ ଖାରଜ କରିଛନ୍ତି। ଏହି ମାମଲାର ଶୁଣାଣି ଜଷ୍ଟିସ୍ ଏନ.ବି ରମନ୍ନା , ଜଷ୍ଟିସ୍ ଅରୁଣ ମିଶ୍ରା , ଜଷ୍ଟିସ୍ ରୋହିଂଟନ୍ ନରୀମନ୍ , ଜଷ୍ଟିସ୍ ଭାନୁମତୀ ଏବଂ ଜଷ୍ଟିସ୍ ଅଶୋକ ଭୁଷଣ ଚ୍ୟାମ୍ବରରେ ରହିଛି। ଏବେ ସମସ୍ତଙ୍କ ନଜର ପଟିଆଲା ହାଉସ୍ କୋର୍ଟ ଉପରେ ରହିଛି।

୪ ଦୋଷୀଙ୍କ ଶାରୀରିକ ଏବଂ ମାନସିକ ସ୍ଥିତି ଜାଣିବା ପାଇଁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ନିର୍ଦ୍ଦେଶକୁ ନେଇ ପବନ ଗୁପ୍ତା ଶୁକ୍ରବାର ସନ୍ଧ୍ୟାରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଆବେଦନ କରିଥିଲେ। ସୋମବାର ପୂର୍ବାହ୍ନରେ ସୁପ୍ରିମକୋର୍ଟ ରୁଦ୍ଧ ପ୍ରକୋଷ୍ଠରେ ଦୋଷୀ ପବନ କୁମାର ଗୁପ୍ତାଙ୍କର ପିଟିସନ୍‌ ଉପରେ ଶୁଣାଣି ହୋଇ ଏହି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଅନ୍ୟ ଜଣେ ଦୋଷୀ ଅକ୍ଷୟ ସିଂହ ରାଜକ୍ଷମା ପାଇଁ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଛି।