ବଢ଼ିଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା, ଦେଶ ବ୍ୟାପୀ ଆତଙ୍କ

ବେଇଜିଂ,ଏଜେନ୍ସି: ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭୂଜାଣୁ ଯୋଗୁ ସାରା ବିଶ୍ଵରେ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଛି। ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା ୭୦ ଦେଶକୁ ବ୍ୟାପି ସାରିଥିବାବେଳେ କେବଳ ଚୀନରେ ୨୯୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆକ୍ରାନ୍ତ ସଂଖ୍ୟା ୮୮ ହଜାର ଅତିକ୍ରମ କରିଛି। ଗତ ରବିବାର ୪୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆମେରିକାର ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି। ଆମେରିକାରେ ରବିବାର ୨ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାରୀଙ୍କ କହିବା କଥା ହେଲା ରବିବାର ଚୀନରେ ୨୦୨ ନୂଆଁ କୋରନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪୨ ଜଣ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହା ମଧ୍ୟରେ କିଛି କରୋନା ଭାଇରସ ଯୋଗୁ ହୁବଇରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ଇରାନରେ କରୋନା ଭାଇରସ ଯୋଗୁଁ ଆଉ ୧୧ ଜଣଙ୍କ ମୃତ୍ୟୁ ହେବା ଫଳରେ ସେଠାରେ ମୃତକଙ୍କ ସଂଖ୍ୟା ୫୪ ହୋଇଛି। ସେହିପରି କୋରିଆରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏବେ ସାଉଥ କୋରିଆରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨୨ ହୋଇଯାଇଥିବା ଜଣାପଡିଛି । ଏହି କରୋନା ଭାଇରସ ପାଖାପାଖି ୬୦ଟି ଦେଶକୁ ବ୍ୟାପିଥିବା ବେଳେ ଏବେ ଏହା ଆହୁରି କାୟା ବିସ୍ତାର କରି ଚାଲିଛି।