ପୁଅକୁ ହତ୍ୟା କରି ବାଡ଼ିରେ ପୋତିଲା ବାପା

ଆଠଗଡ଼,ଏନ୍ଏନ୍ଏସ୍: ପୁଅକୁ ହତ୍ୟା କରି ବାଡ଼ିରେ ପୋତିଲା ପିଶାଚ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ଗୁରୁଡ଼ୁଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ। କୌଣସି କାରଣକୁ ନେଇ ବାପା ନରେନ୍ଦ୍ର ଦେହୁରୀ ପୁଅ କୁନା ଦେହୁରୀ(୩୦)ଙ୍କୁ ହତ୍ୟା କରିଥିଲେ। ପରେ ଏହାକୁ ଲୁଚାଇବାକୁ ଯାଇ ପୁଅର ଶବକୁ ନିଜ ବାଡ଼ି ପଛପଟରେ ପୋତିଥିଲା।

ତେବେ ଏ ସମ୍ପର୍କରେ ଗୁରୁଡ଼ୁଝାଟିଆ ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ଶବକୁ ମାଟି ତଳୁ ବାହାର କରିବା ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଛାନଭିନ୍ ଆରମ୍ଭ କରିଛି। ତେବେ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସେହିପରି ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି।