ସମ୍ପତ୍ତି ଲୋଭରେ ବାପକୁ କୋଦାଳରେ ହାଣି ହତ୍ୟା କଲା ପୁଅ

ସମ୍ପତି ଲୋଭରେ ବାପକୁ କୋଦାଳରେ ଛେଚି ନିର୍ମମ ଭାବେ ହତ୍ୟା କରିଛି ପୁଅ । ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଂହବିଲା ଗ୍ରାମ କିରିକିଚିଆ ସାହିରେ । ମୃତକ ଜଣକ ହେଲେ ଉକ୍ତ ସାହିର ଗୋପାଳ ସାହୁ(୭୮) ଓ ହତ୍ୟାକାରୀ ହେଲେ ଗୋପାଳଙ୍କ ବଡପୁଅ ମଦନ ସାହୁ(୪୫) ।

ସୂଚନା ଅନୁଯାୟୀ ଗୋପାଳଙ୍କ ବଡପୁଅ ମଦନ ଅନେକ ସମୟରେ ନିଶାସକ୍ତ ହୋଇ ଗୋପାଳଙ୍କୁ ପିଟାପିଟି କରନ୍ତି । ହେଲେ ଗୁରୁବାର ଦିନ ପ୍ରାୟ ୧୨ଘଟିକା ସମୟରେ ଘରେ ଗୋପାଳ ଓ ତାଙ୍କ ପତ୍ନୀ ସୁନେଇ ଥିବା ବେଳେ ମଦନ ଘରେ ପହଂଚି ଗୋପାଳଙ୍କୁ ସମ୍ପତି ପାଇଁ ପିଟାପିଟି କରିଥିଲା । ପିଟାପିଟି ଦେଖି ମାଆ ସୁନେଇ ଭୟଭିତ ହୋଇ ପଡୋଶୀ ଲୋକଙ୍କୁ ଡାକିବା ପାଇଁ ଦୌଡି ଯାଇଥିଲେ ।

ପଡୋଶୀ ଲୋକଙ୍କୁ ଡାକି ଘରକୁ ଫେରିବା ପରେ ମଦନ ଗୋପାଳଙ୍କୁ କୋଦାଳର ପଛ ପାଖରେ ମୁଣ୍ଡକୁ ଛେଚି ଛେଚି ହତ୍ୟା କରିବାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘୋଷାଡ଼ି ଘୋଷାଡ଼ି ଘରକୁ ଲାଗିଥିବା ବଗି·ରେ ପକାଇଥିବାର ଦେଖିବାକୁ ପାଇଥିଲେ । ଘଟଣା ଦେଖିବା ପରେ ପଡୋଶୀ ଲୋକମାନେ ମଦନକୁ ଧରି ପାଖରେ ଥିବା ଏକ ବିଦ୍ୟୁତ ଖୁଂଟରେ ବାନ୍ଧି ଦେଇ ଥାନାକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଗୋପାଳଙ୍କ ମୃତଦେହ ଓ ଗୁହାଳ ପାଖରେ ଲୁ·ଯାଇଥିବା କୋଦାଳକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।