ଗୋଟିଏ ଦିନରେ ବାପା ଓ ପୁଅଙ୍କ ଦେହାନ୍ତ

ଫିରିଙ୍ଗିଆ,ଗୋଛାପଡ଼ା,ଏନ୍ଏନ୍ଏସ୍: ନୂଆବର୍ଷରେ ଫିରିଙ୍ଗିଆ ଅଞ୍ଚଳରେ ଏକ ଦୁଖଦ ଘଟଣା ଘଟିଯାଇଛି। ଗୋଟିଏ ପରିବାରର ବାପା-ବଡ଼ ପୁଅଙ୍କର ଦେହାନ୍ତ ଘଟଣା ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି।  ସୂଚନା ଅନୁସାରେ, ଫିରିଙ୍ଗିଆ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଜେପିର ବରିଷ୍ଠ ନେତା ତଥା ସମାଜସେବୀ ରାଜ କିଶୋର ସାହୁ (୫୫) ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ବେଳେ ତାଙ୍କର ବାପା ଶଙ୍କରର୍ଷଣ ସାହୁ(୮୫)ଙ୍କ ମଧ୍ୟ କଟକ ବଡ଼ ମେଡ଼ିକାଲରେ ଦେହାନ୍ତ ଘଟିଛି। ସବୁଠାରୁ ଦୁଃଖର ବିଷୟ ଯେ, ପରିବାରର ବଡ଼ପୁଅ ରାଜ କିଶୋର ସାହୁଙ୍କ ଆଜି ସକାଳେ ଦେହାନ୍ତପରେ ତାଙ୍କର ଶବ ଶତ୍କାର ଶେଷହେବା ପରେ ପରେ ବାପାଙ୍କର ଦେହାନ୍ତ ହୋଇଯାଇଥିଲା। କଟକ ଡ଼ାକ୍ତରଖାନାରେ ତାଙ୍କ ସାନ ଝିଅ ଓ ଅନ୍ୟ ପରିବାରର ସଦସ୍ୟମାନଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ମଧ୍ୟ ଶେଷକୂତ୍ୟ ସଂପର୍ଣ୍ଣ କରାଯାଇଛି।