ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ଗସ୍ୟପଡା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଇଟା ଭାଟିରେ ପାଲ ଘୋଡାଇବାକୁ ମା’କୁ ପାଲ ଓ ଟଙ୍କା ମାଗିବା ପରେ ମା’ ମନା କରିବାରୁ ନିଷ୍ଠୁର ପୁଅର ଠେଙ୍ଗା ମାଡ଼ରେ ଉଭୟ ଦମ୍ପତି ଗୁରୁତର ହେବା ସହ ସାହି ପଡିସା ଲୋକଙ୍କ ସହାୟତରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିବା ଜଣା ପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଗସ୍ୟପଡା ଗ୍ରାମର ଆଷାଢୁ ଗଡା଼ଟିଆ (୭୫) ଓ ତାଙ୍କ ସ୍ତ୍ରୀ ବିଜୁଳି ଗଡା଼ଟିଆ (୭୦) ଆଜି ସନ୍ଧ୍ୟାରେ ନିଜ ଘରେ ବସିଥିବା ବେଳେ ମଝିଆ ପୁଅ ପୀତବାସ ଗଡ଼ତିଆ (୪୫) ସେମାନଙ୍କ ନିକଟକୁ ଆସି ସେ କରିଥିବା ଇଟା ଭାଟି ପାଇଁ ପାଲ କିଣିବାକୁ ଟଙ୍କା ମାଗିଥିଲା। ତେବେ ଦମ୍ପତି ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ପୁଅ ପିତ ଏକ ଠେଙ୍ଗା ସାହାଯ୍ୟରେ ଉଭୟଙ୍କୁ ପିଟି ପିଟି ଦେହରେ ଠେଙ୍ଗା ଭାଙ୍ଗି ଗୁରୁତର କରିଥିଲା। ଘଟଣା ପରେ ପିତ ଘରୁ ଚାଲି ଯାଇଥିବାବେଳେ ସାହି ପଡିସା ଲୋକେ ଗୁରୁତର ଦମ୍ପତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି।