କାନବେରା,ଏଜେନ୍ସି: ଦିନିକିଆ କ୍ରିକେଟ ଇତିହାସରେ ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି ବିରାଟ କୋହଲି। ବିଶ୍ୱ କ୍ରିକେଟର ରନ ମେସିନ ଭାବେ ଜଣାଶୁଣା ବିରାଟ କୋହଲି ବର୍ତ୍ତମାନ ଦିନିକିଆ କ୍ରିକେଟରେ ୧୨ ହଜାର ରନ୍ ସ୍କୋର କରିବାରେ ଦ୍ରୁତତମ ଖେଳାଳି ହୋଇଛନ୍ତି। ସେ ତାଙ୍କର ୨୫୧ ତମ ଦିନିକିଆ ମ୍ୟାଚରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ଏହି ରେକର୍ଡ ସୃଷ୍ଟି କରିବା ସହିତ ବିରାଟ କୋହଲି ଅନେକ ଭେଟେରାନଙ୍କୁ ପଛରେ ପକାଇ ଦେଇଛନ୍ତି ।
ବିରାଟ କୋହଲି ୨୪୨ ଇନିଂସରେ ୧୨ ହଜାର ରନ୍ ପୂରଣ କରିଛନ୍ତି। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ୩୦୦, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୩୧୪, ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗକରା ୩୩୬, ଶ୍ରୀଲଙ୍କା ଦୁର୍ଦ୍ଦଷ ବ୍ୟାଟ୍ସ ମ୍ୟାନ୍ ସନଥ ଜୟସୁରିଆ ୩୭୯, ମହେଲା ଜୟୱାର୍ଡେନ ୩୯୯ ଟି ଇନିଂସ ଖେଳି ୧୨ ହଜାର ରନ ସ୍କୋର କରିଥିଲେ।