ରାଜରାସ୍ତାରେ ଚାଷୀ, ଚାଷୀ କହୁଛନ୍ତି ଅଜ୍ଞାତ ବାସରେ ବିଜେପି ସାଂସଦ ବିଧାୟକଙ୍କ ଦେଖା ନାହିଁ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ଚାଷୀଙ୍କ ପ୍ରତି ନାହିଁ ବିଜେପି ସାଂସଦ ଓ ବିଧାୟକଙ୍କ ସମର୍ଥନ କିମ୍ବା ସମବେଦନା। ବିଜେପି ସାଂସଦ ନୀତେଶ ଗଂଗଦେବ ଆଜ୍ଞାତ ବାସ ରେ ଥିବା ବେଳେ ବିଧାୟକଙ୍କ ମଧ୍ୟ ଦେଖା ନାହିଁ। ଚାଷୀଙ୍କୁ ରାଜରାସ୍ତାରେ ଛିଡା କରିଛନ୍ତି ଜିଲ୍ଲାର ନିର୍ବାଚିତ ଜନ ପ୍ରତିନିଧି। ଏଭଳି ଅଭିଯୋଗ ଆଣିଛନ୍ତି ଜିଲ୍ଲା କୃଷକ ସଂଘର୍ଷ ସଙ୍ଘର ସମ୍ପାଦକ ଗୁଣନିଧି ବେହେରା।

କେବଳ ଶ୍ରୀ ବେହେରା ନୁହନ୍ତି ବହୁ ଚାଷୀ ଏଭଳି ଅଭିଯୋଗ କରିବା ସହ ଆଗାମୀ ଦିନରେ ବିଧାୟକ ଓ ସାଂସଦଙ୍କୁ ଜିଲ୍ଲାର ଚାଷୀ ଉଚିତ ଜବାବ ଦେବେ ବୋଲି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଞ୍ଚିତ ଜିଲ୍ଲାର ଚାଷୀ ବହୁବାର ସେମାନଙ୍କ ଫସଲ କ୍ଷତିର ବୀମା ରାଶି ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ସାଂସଦ ଓ ବିଧାୟକଙ୍କ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ଚାଷୀଙ୍କ କଥାକୁ କେହି କର୍ଣ୍ଣ ପାତ କରୁନଥିବାବେଳେ ଗତ ୧୦ ତାରିଖ ଠାରୁ ଚାଷୀ ଧାରଣାରେ ବସିଥିଲେ।

ସେହିପରି ଚାଷୀ ସଂଗଠନ ୨୧ ତାରିଖ ସୁଦ୍ଧା ଦାବୀ ପୂରଣ ନହେଲେ ୨୨ ତାରିଖ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଇଁ ଲିଖିତ ଚେତାବନୀ ଦେଇଥିଲେ ମଧ୍ୟ ଦାବୀ ପୂରଣ ନହେବାରୁ ଚାଷୀ ଆଜି ରାଜରାସ୍ତାରେ ବସିଛି। ଆଜିର ରାସ୍ତାରୋକ ବେଳେ ଉକ୍ତ ରାସ୍ତାଦେଇ ଯାଉଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ମଧ୍ୟ ଆନ୍ଦୋଳନକାରି ଚାଷୀ ଅଟକାଇ ଥିବା ଦେଖିବାକୁ ମିଳିଛି।