ଆଗାମୀ ମାସରେ ଶେଷ ହେବ କୃଷକ ଆନ୍ଦୋଳନ: ରାକେଶ ଟିକେତ

ନୂଆଦିଲ୍ଲୀ: ସଂସଦର ଉଭୟ ସଦନରେ ୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଯାଇଛି। ବର୍ଷକ ଧରି ଚାଲିଥିବା ଆନ୍ଦୋଳନକୁ କୃଷକ କେବେ ଶେଷ କରିବେ ସେନେଇ ଭିନ୍ନ ଭିନ୍ନ ମତାମତ ସାମ୍ନାକୁ ଆସିଛି। ଇତିମଧ୍ୟରେ କୃଷକ ନେତା ରାକେଶ ଟିକେତ କହିଛନ୍ତି, ଆଗାମୀ ମାସ ଶେଷ ସୁଦ୍ଧା କୃଷକ ଆନ୍ଦୋଳନ ଶେଷ ହେବ। କାରଣ କୃଷକଙ୍କ ଆମଦାନୀ ୨ ଗୁଣା କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, କୃଷକଙ୍କ କିଛି ସଂଗଠନ ଆନ୍ଦୋଳନ ଶେଷ କରିବାକୁ ଚାହୁଁଥିବାବେଳେ ଆଉ କିଛି ଆନ୍ଦୋଳନ ଜାରି ରଖିବାକୁ ଚାହୁଁଛନ୍ତି। ବୀକେୟୁ ‘କଦୀୟାନ’ର ଅଧ୍ୟକ୍ଷ ହରମୀତ ସିଂହ କଦୀୟାନ କହିଛନ୍ତି ଯେ, ଡିସେମ୍ବର ୧ରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବୈଠକ ଅନୁଷ୍ଠିତ ହେବ। ଏହାପରେ ଆଗାମୀ ରଣନୀତି ସମ୍ବନ୍ଧରେ ପଦକ୍ଷେପ ନିଆଯିବ।