ପୁଣି ଚାଷୀଙ୍କ ରାସ୍ତାରୋକ, ଜଳକର ଆଦାୟକୁ ବିରୋଧ କରି ଆନ୍ଦୋଳନ

କଳାହାଣ୍ଡି,ଏନ୍ଏନ୍ଏସ୍: ଜଳକାର ଆଦାୟକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ତଲମଲା ଓ ଆଟି ଗାଁ’ ଅଞ୍ଚଳର ଚାଷୀ। ପ୍ରତିବାଦ କରି ୨୬ନଂ ଜାତୀୟ ରାଜପଥର ହାତୀ ନଦୀ ପୋଲର ରାସ୍ତା ଉପରେ ଚାଷୀମାନେ ରାସ୍ତା ରୋକ କରିଛନ୍ତି। ଏହି ରାସ୍ତା ରୋକ ଦ୍ୱାର ଭବାନୀପାଟଣା ଓ ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଏହି ଆନ୍ଦୋଳନରେ ୧୫ରୁ ଅଧିକ ଗ୍ରାମର କୃଷକ ସାମିଲ ହୋଇଛନ୍ତି। ସରକାର ଜଳ ଯୋଗାଣ ନକରି ଚାଷୀଙ୍କ ଠାରୁ ଜଳ କର ଆଦାୟ କରାଯାଉଥିବାରୁ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

ତେବେ ଏ ସମ୍ପର୍କରେ ପୂର୍ବରୁ ଅନେକବାର ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟହୋଇ ଚାଷୀମାନେ ରାସ୍ତାରୋକ କରିଛନ୍ତି।