ଚାଷୀ ଆନ୍ଦୋଳନ: ସରକାରଙ୍କ ନୋଟିସ ବିରୋଧରେ ସୁପ୍ରିମକୋର୍ଟ ଯିବେ ରାକେଶ ଟିକାୟତ, କହିଲେ- ଧାରଣା ଶେଷ ହେବନି

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ-ଉତ୍ତର ପ୍ରଦେଶର ଗାଜୀପୁର ସୀମାରେ ଭାରତୀୟ କିଷାନ ସଂଘର ନେତା ରାକେଶ ଟିକାୟତଙ୍କୁ ଗିରଫ କରିବାକୁ ଆସିଥିବା ପୁଲିସ ଫେରିଯାଇଛି। ଗାଜିଆବାଦ ପ୍ରଶାସନ ଚାଷୀଙ୍କୁ ପ୍ରଦର୍ଶନସ୍ଥଳ ଖାଲି କରିବା ଲାଗି ନୋଟିସ ଦେଇଛି।

ରାକେଶ ଟିକାୟତଙ୍କ କହିବା ଅନୁସାରେ ସେମାନେ ଧାରଣା ବନ୍ଦ କରିବେ ନାହିଁ। ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ଧାରଣା ପ୍ରତ୍ୟାହୃତ କରିବା ପାଇଁ ହୋଇଥିବା ଆବେଦନ ଉପରେ ଏଯାଏଁ ଫଇସଲା ଦେଇ ନାହାନ୍ତି। ଜିଲ୍ଲା ପ୍ରଶାସନ ସର୍ବୋଚ୍ଚ ନ୍ୟାୟାଳୟ ଠାରୁ ବଡ଼ ନୁହେଁ। ସେ କହିଛନ୍ତି ଯେ, ଏହି ନୋଟିସ ବିରୋଧରେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବି।

ଚାଷୀ ଆନ୍ଦୋଳନସ୍ଥଳରେ ରାକେଶ ଟିକାୟତ ଭାବୁକ ହୋଇଯାଇଥିଲେ ଏବଂ ଅଭିଯୋଗ ଆଣିଥିଲେ ଯେ, ପ୍ରଶାସନ ତାଙ୍କର ଆନ୍ଦୋଳନକୁ ଭାଙ୍ଗିବାକୁ ଉଦ୍ୟମ କରୁଛି। ସୂଚନାଯୋଗ୍ୟ, ଗଣତନ୍ତ୍ର ଦିବସରେ ଚାଷୀ ଗଣତନ୍ତ୍ର ପରେଡ ସମୟରେ ସହରର କିଛି ସ୍ଥାନରେ ହିଂସା ଦେଖାଯାଇଥିଲା। ଦିଲ୍ଲୀ ପୋଲିସର ଏଫଆଇଆରରେ ନାମିତ ଥିବା ଟିକାୟତ ୨ ଦିନ ପରେ ବିରୋଧ ସ୍ଥଳରେ ନିଜର ଉପସ୍ଥିତି ଜାହିର କରିଥିଲେ।