ନୂଆଦିଲ୍ଲୀ: ରାଜ୍ୟସଭାରେ ୩ କୃଷି ଆଇନ ପ୍ରତ୍ୟାହର ବିଲ୍ ନଭେମ୍ବର ୨୯ରେ ଆଗତ ହେବ। ସଂସଦର ଶୀତକାଳୀନ ଅଧିବେସନର ପ୍ରଥମ ଦିନରେ ମୋଦୀ ସରକାର ବିଲ୍ ଆଗତ କରିବେ ବୋଲି ସୂଚନା ମିଳିଛି। ରାଜ୍ୟସଭାରେ ପାରିତ ହେବା ପରେ ମଞ୍ଜୁରୀ ପାଇଁ ବିଲକୁ ଲୋକସଭା ପଠାଯିବ।
ସୂଚନାଯୋଗ୍ୟ, କୃଷି ଆଇନ ପ୍ରତ୍ୟାହାର ବିଲକୁ କେନ୍ଦ୍ର କ୍ୟାବିନେଟ ଗତକାଲି ମଞ୍ଜୁରୀ ପ୍ରଦାନ କରିଥିଲେ। ମନ୍ତ୍ରୀମଣ୍ଡଳ ବୈଠକ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୂଚନା ପ୍ରଦାନ କରିଥିଲେ।