ଅଭିନେତା ଫରାଜ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ବେଙ୍ଗାଲୁରୁ,ଏଜେନ୍ସି: ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସହ ‘ମେହେନ୍ଦୀ’ ଫିଲ୍ମରେ ଲିଡ୍ ରୋଲରେ କାମ କରିଥିବା ଅଭିନେତା ଫରାଜ ଖାନ୍ ଜୀବନ ସହ ସଂଘର୍ଷ କରୁଛନ୍ତି। ମାନସିକ ବିକାର (ନ୍ୟୁରୋଲୋଜିକାଲ୍ ଡିସଅର୍ଡର) ରୋଗରେ ପୀଡ଼ିତ ଥିବା ୯୦ଦଶକର ଏହି ପ୍ରସିଦ୍ଧ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି। ତେବେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ବଲିଉଡ୍ ଅଭିନେତ୍ରୀ ତଥା ଫିଲ୍ମ ନିର୍ଦ୍ଦେଶିକା ପୂଜା ଭଟ୍ଟ ଏ ସମ୍ପର୍କରେ ଟ୍ୱିଟ୍ କରିବା ପରେ ମାମଲା ସାମ୍ନାକୁ ଆସିଛି। ଫରାଜଙ୍କ ଚିକିତ୍ସା ପାଇଁ ୨୫ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ତେଣୁ ତାଙ୍କୁ ସମସ୍ତେ ଆର୍ଥିକ ସହାୟତା କରିବାକୁ ପୂଜା ନିଜ ଟ୍ୱିଟର ପୃଷ୍ଠାରେ ଅନୁରୋଧ କରିଛନ୍ତି। ତେବେ ସଠିକ୍ ଚିକିତ୍ସା ପାଇଲେ ସେ ବଞ୍ଚିବାର ସମ୍ଭାବନା ରହିଛି ବୋଲି ଡାକ୍ତର କହୁଥିବା ଫରାଜଙ୍କ ଭାଇ ସୂଚନା ଦେଇଛନ୍ତି।