ନବରଙ୍ଗପୁର,ଏନ୍ଏନ୍ଏସ୍: ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ସ୍ଥାନୀୟ ମିଶନ ଶକ୍ତି ଗୃହରେ ନୂତନ ଭାବେ ମନୋନୀତ ହେଇଥିବା ୧୭ଜଣ ସଭ୍ୟସଭ୍ୟାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଯୋଗଦେଇ ଆଦିବାସୀ ସମାଜକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଓ ପ୍ରୟାସ କରାଯାଉଥିବା କହିଛନ୍ତି । ଏଥିରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ସାଂସଦ ପ୍ରତିନିଧି ବଦ୍ରି ନାରାୟଣ ସିଂହ, ଆଇଟିଡିଏ ପିଏ ରାଜୀବ କୁମାର ସାହୁ, ବିଜେଡି ନେତା ଅଖିଳ ଭତରା ଓ ସୁମିତ ପୂଜାରୀ ପ୍ରମୁଖ ଉପସ୍ଥିତ ିଥିଲେ ।