କରୋନା ଗୁଜବ କରି ବନ୍ଧା ହେଲେ ଯୁବକ

ଅନୁଗୁଳ,ଏନ୍ଏନ୍ଏସ୍ : ମହଙ୍ଗା ପଡିଲା ସୋସିଆଲ ମିଡିଆରେ କରୋନା ଗୁଜବ। ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଅନୁଗୁଳ ଜିଲ୍ଲା ତାଳଚେରର ଜଣେ ଯୁବକ।

ଘଟଣାରୁ ପ୍ରକାଶ ଯେ, ତାଳଚେର ବଡ ସିଙ୍ଗଡା ଗ୍ରାମର ଜୟ କ୍ରିଷ୍ଣ ସାହୁ (ରିଙ୍କୁ) ନାମକ ଜଣେ ଯୁବକ ତାଙ୍କ ଫେସବୁକ ଆକାଉଟଂରେ ଅନୁଗୁଳ ଜିଲ୍ଲାର ନୂଆହତା ଗାଁ’ର ଜଣେ ଯୁବକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଲେଖିଥିଲେ। ଏହାକୁ ନେଇ ଉତର-କେନ୍ଦ୍ରାଚଂଳ ଆଇଜି ନରସିଂହ ଭୋଳ ତାଙ୍କୁ ସଠିକ୍ ତଥ୍ୟ ଦେବାକୁ କହିଥିଲେ। ହେଲେ ଜୟ କ୍ରିଷ୍ଣ ସାହୁ (ରିଙ୍କୁ) ଏ ନେଇ କୌଣସି  ସଠିକ୍ ତଥ୍ୟ ଦେଇ ପାରିନଥିବା ବେଳେ ପୁଲିସ ତଦନ୍ତ କରି ଘଟଣାର କୌଣସି ସତ୍ୟତା ନଥିବା ଜାଣିବାକୁ ପାଇଥିଲା। ଏହା ପରେ କରୋନାକୁ ନେଇ ମିଛ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ପୁଲିସ ଜୟ କ୍ରିଷ୍ଣ ସାହୁକୁ ତାଙ୍କ ଘରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସେହିପରି ମାସ୍କ, ସାନିଟାଇଜର ଏବଂ ଜିଲ୍ଲା ବାହାରୁ ବର୍ତମାନ କରୋନା ପାଇଁ କୋଣସି ନିତ୍ୟ ବ୍ୟବହାର ଜିନିଷ ଆମଦାନୀ ଉପରେ କଟକଣା ଲଗାଯାଇଥିବାରୁ ଜିଲ୍ଲାକୁ ତାହା ଆସିବାରେ ବାଧାସୃଷ୍ଟି କରିଛି। ଯାହାଦ୍ୱାରା ଜିଲ୍ଲାରେ ଥିବା ବିଭିନ୍ନ ଦୋକାନ ଗୁଡିକରେ ନିତ୍ୟବ୍ୟବହାର ଜିନିଷର କଳାବଜାରୀ ବଢ଼ିବାରେ ଲାଗିଛି। ଏହି କଳାବଜାରୀକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ଏକ ସ୍କ୍ୱାଡ ଗଠନ କରାଯିବ ବୋଲି ଜଣାଯାଇଛି।