ଇସ୍ରାଏଲରେ ଟିକା ନେବା ପରେ ୧୩ ଜଣଙ୍କୁ ହେଲା ଫେସିଆଲ ପାରାଲିସିସ

ୟରୁସଲମ: ଇସ୍ରାଏଲର କରୋନା ଭ୍ୟାକ୍ସିନର ପାଶ୍ୱର୍ ପ୍ରତିକ୍ରିୟା ଘଟଣା ସାମ୍ନାକୁ ଆସିଛି। ଭ୍ୟାକ୍ସିନ ନେବା ପରେ ୧୩ ଜଣଙ୍କଠାରେ ଫେସିଆଲ ପାରାଲିସିସ ଦେଖିବାକୁ ମିଳିଛି। ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବିକ, ଏଭଳି ପାଶ୍ୱର୍ ପ୍ରତିକ୍ରିୟା ରିପୋର୍ଟ ତୁଳନାରେ ଖୁବ୍ ଅଧିକ ଲୋକଙ୍କୁ ହୋଇପାରେ। ସେଥିପାଇଁ ଏବେ ଲୋକଙ୍କୁ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ଦେବା ଲାଗି ବିଶେଷଜ୍ଞ ଆଶଙ୍କାରେ ରହିଛନ୍ତି। ଫେସିଆଲ ପାରାଲିସିସ ଠିକ୍ ହେବା ପରେ ହିଁ ଦ୍ୱିତୀୟ ଡୋଜ୍ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ଭ୍ୟାକ୍ସିନ ଲଗାଇଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ଭ୍ୟାକ୍ସିନ ଲଗାଇବାର ପାଖାପାଖି ୨୮ ଘଣ୍ଟା ମଧ୍ୟରେ ଅଧା ଚେହେରାରେ ପାରାଲିସିସ ହୋଇଯାଇଥିଲା। ପରେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପେ ଠିକ୍ ହୋଇନାହିଁ। କିନ୍ତୁ ଇଞ୍ଜେକ୍ସନ ନେଇଥିବା ଜାଗାରେ କୌଣସି ପ୍ରକାର ଯନ୍ତ୍ରଣା ହେଉନାହିଁ।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବର ୨୦ରେ ଇସ୍ରାଏଲରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।