ଦୁଇ ବାଇକ ମୁହାଁମୁହିଁ ଧକ୍କା; ୧ମୃତ ୧ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ନିକଟ ଛତାବର ଗ୍ରାମରେ ଆଜି ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ଣରେ ଟିଙ୍କବୀର ଗ୍ରାମର ଉତ୍ତମ ସାହୁ(୪୦) ନିଜ ଘରୁ ଛତାବର ଗ୍ରାମ ପଟକୁ ଆସୁଥିବାବେଳେ ସମ୍ମୁଖ ଦିଗରୁ ନାକଟିଦେଉଳ ଗ୍ରାମର ଲିଟୁ କୌଣସି କାମରେ ଛତାବର ପଟକୁ ଆସୁଥିଲେ।

ଏହି ସମୟରେ ୫୩ନଂ ଜାତୀୟ ରାଜପଥ ରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ିବା ସହ ଗୁରୁତର ଆହତ ହୋଇଥିଲେ। ସେଠାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଉତ୍ତମଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଲିଟୁଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ରିଆମାଳ ଥାନା ପୁଲିସ ଦୁର୍ଘଟଣା ଗସ୍ତ ବାଇକ ଓ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।