ମୂଲ୍ୟବାନ କାଠ ସାମଗ୍ରୀ ଜବତ କଲା ବନ ବିଭାଗ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନ ବିଭାଗ ମୂଲ୍ୟବାନ କାଠ ସାମଗ୍ରୀ ଜବତ କରିଛି । ମିଳିଥିବା ରିପୋର୍ଟ ମୁତାବକ, ବାଗଜୋର ଗାଁର ଧର୍ମ ସାହୁଙ୍କ ଘରେ ବେଆଇନ ଭାବେ କାଠପଟା ସାମଗ୍ରୀ ଗୁଡ଼ିକ ଗଚ୍ଛିତ ଥିବା ନେଇ ସଇଁନ୍ତଲା ବନ ବିଭାଗ ରେଞ୍ଜର ସଂଘମିତ୍ରା ଭୋଇ ଖବର ପାଇଥିଲେ । ପରେ ସଦଳବଳେ ଉକ୍ତ ବ୍ୟକ୍ତିଙ୍କ ଘରକୁ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଏହି ସମୟରେ ୧୫ଟି ଶାଗୁଆନ ପଟା ଓ ଗୋଟିଏ ୪.୫ ସେଫ୍ଟି ସାଲ ଗଛ ଜବତ କରିଥିବାବେଳେ ଅଭିଯୁକ୍ତ ଫେରାର ମାରିଥିବା ଜଣାପଡ଼ିଛି । ଏନେଇ ସଇଁନ୍ତଲା ରେଞ୍ଜର ସଂଘମିତ୍ରା ଭୋଇଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି । ଏହି ଚଢ଼ଉ ବେଳେ ଗାର୍ଡ ସତ୍ୟାନନ୍ଦ ପ୍ରଧାନ, ଚନ୍ଧା ଚରଣ ଯାନୀ, ଶୈଳ ଛତ୍ରିଆ, ପାରାଷ୍ଟାପ ବେଣୁଧର ପ୍ରଧାନ, କୁତ ପ୍ରଧାନ, ସୁରେଶ ବଗର୍ତ୍ତି ଓ ରାକେଶ ପ୍ରମୁଖ ସାମିଲ ହୋଇଥିଲେ ।