ପଶ୍ଚିମବଙ୍ଗରେ ପୁଣି ସରକାର କରିପାରେ ଟିଏମସି : ସର୍ଭେ ରିପୋର୍ଟ

ପଶ୍ଚିମବଙ୍ଗ ଏଜେନ୍ସି: ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସରିଛି । ସନ୍ଧ୍ୟା ୫ ପର୍ଯ୍ୟନ୍ତ ୭୬.୦୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ପଶ୍ଚିମବଙ୍ଗ ସମେତ ମୋଟ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହୋଇଥିଲା। ଏବେ ଆସିଛି ଏକଜିଟ୍ ପୋଲ୍। କେଉଁଠି କେଉଁ ସରକାର ସେନେଇ ଏକ ଆନୁମାନିକ ସଂକେତ ମିଳୁଛି । ପଶ୍ଚିମବଙ୍ଗରେ ଆଜି ନିର୍ବାଚନ ସରିଥିବା ବେଳେ ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଶେଷ ହୋଇଛି । ପଶ୍ଚିମବଙ୍ଗ ପାଇଁ ଆସିଥିବା ଏକଜିଟ ପୋଲ୍ ଟିମଏସି ସପକ୍ଷରେ ଥିବା ଦେଖିବାକୁ ମିଳୁଛି।