ଜୟପୁର,ଏନ୍ଏନ୍ଏସ୍: ମଦ ଚାଲାଣବେଳେ ଜୟପୁର ଅବକାରି ବିଭାଗ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଛି । ଗରଫ ଅଭିଯୁକ୍ତଦ୍ୱୟ ହେଲେ ଘାଟବାଗ୍ରାର କାର୍ତ୍ତିକ ବିଷୋୟୀ(୩୦) ଓ ଦାମାପୁଟର ହରିଶ୍ଚଚନ୍ଦ୍ର ଗୌଡ଼(୨୬) ।
ମିଳିଥିବା ରିପୋର୍ଟ ମୁତାବକ, ଘାଟବାଗ୍ରାର କାର୍ତ୍ତିକ ବିଷୋୟୀ ବିଦେଶି ମଦ ଚାଲାଣ କରୁଥିବାବେଳେ ଘାଟ ବାଗ୍ରା ନିକଟରେ ଚଢ଼ଉ କରି ୩.୬ ଲିଟର ମଦ ବୋତଲ ଜବତ କରିଥିଲା । ଅନ୍ୟପଟେ ହରିଶ୍ଚଚନ୍ଦ୍ରଠାରୁ ୧୫ ଲିଟର ଦେଶି ମଦ ଜବତ କରିଥିବା ନେଇ ଅବକାରି ବିଭାଗ ତରଫରୁ ସୂଚନା ଦିଆଯାଇଛି ।