ଜୟପୁରରେ ଅବକାରୀ ଚଢ଼ଉ, ଜଣେ ଗିରଫ

ଜୟପୁର,ଏନ୍‌ଏନ୍‌ଏସ୍‌: ଜୟପୁରରେ ଅବକାରୀ ବିଭାଗ ଚଢ଼ଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡ଼ାର ସୋନୁ ଉଇସା(୨୦) । ମିଳିଥିବା ରିପୋର୍ଟ ମୁତାବକ, ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡ଼ାର ସୋନୁ ଭଇସା ବାଇକରେ ଦେଶି ମଦ ଧରି ଜୟପୁର ସହରକୁ ଆସୁଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା । ସୂଚନା ଆଧାରରେ ଜୟପୁର ଅବକାରୀ ବିଭାଗ ଜୟନଗର ଛକରେ ଚଢ଼ଉ କରିଥିଲା । ପରେ ଅଭିଯୁକ୍ତ ସୋନୁକୁ ଗିରଫ କରିବା ସହ ତା’ଠାରୁ ୨୦ ଲିଟର ଦେଶି ମଦ ଓ ବାଇକ ଜବତ କରିଛି । ସୋନୁକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି ।