ପଞ୍ଜାବ: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବଡ଼ ବିଜୟ ଲାଭ କରିବାକୁ ଯାଉଛି । ଇତିମଧ୍ୟରେ ପଟିୟାଲାରୁ ବଡ଼ ଖବର ସାମ୍ନାକୁ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ଅଧ୍ୟକ୍ଷ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ପଟିୟାଲା ସିଟରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଆପ୍ ପ୍ରାର୍ଥୀ ଅଜୀତ ପାଲ ସିଂହ କୋହଲୀ ଅମରିନ୍ଦର ସିଂହଙ୍କୁ ପ୍ରାୟ ୧୪ ହଜାର ଭୋଟରେ ମାତ ଦେଇଛନ୍ତି ।
ସୂଚନାଯୋଗ୍ୟ, କ୍ୟାପ୍ଟେନ ଅମରିନ୍ଦର ସିଂହ ପାଖାପାଖି ୪ରୁ ଅଧିକ ବର୍ଷ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ । ପରେ କଂଗ୍ରେସ ତାଙ୍କ ପାଖରୁ ଇସ୍ତଫା ନେଇଥିଲା । କ୍ୟାପ୍ଟେନ ପରେ ନିଜର ପାର୍ଟି ଗଢ଼ିିବା ସହ ବିଜେପି ସହ ମହାମେଣ୍ଟ କରିଥିଲେ ।