Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରତ୍ୟେକଙ୍କୁ ମିଳିବ ଟିକା, କେନ୍ଦ୍ର ବ୍ୟୟ କରିବ ୫୦ ହଜାର କୋଟି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରତ୍ୟେକଙ୍କୁ ମିଳିବ ଟିକା, କେନ୍ଦ୍ର ବ୍ୟୟ କରିବ ୫୦ ହଜାର କୋଟି

ନୂଆଦିଲ୍ଲୀ,ଏଜେନ୍ସି: କରୋନା ପ୍ରତିରୋଧକ ଟିକା ପ୍ରସ୍ତୁତ ହେବା ପରେ ଏହାକୁ ପ୍ରତ୍ୟେକ ଭାରତୀୟଙ୍କୁ ଉପଲବ୍ଧ କରାଯିବା ନେଇ ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିବା ବେଳେ ଏଥିନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟୟ ବ୍ୟବସ୍ଥା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭାରତ ଭଳି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ଟିକାକରଣ ପାଇଁ କେନ୍ଦ୍ର ସରକାର ୭ ବିଲିୟନ ଡଲାର ବା ପ୍ରାୟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବେ ବୋଲି ଏକ ବିଶେଷ ସୂତ୍ରରୁ କୁହାଯାଇଛି । ଭାରତର ୧୩୦ କୋଟି ଲୋକଙ୍କ ପାଇଁ ଟିକା ବ୍ୟବସ୍ଥା କରାଯିବା । ଟିକାକରଣ ବ୍ୟବସ୍ଥାରେ ପ୍ରତ୍ୟେକ ଦିଗର ଖର୍ଚ୍ଚକୁ ନେଇ ଜଣକ ପିଛା ୬ ରୁ ୭ ଡଲାର ବା ୪୪୦ ରୁ ୫୧୫ ଟଙ୍କା ବ୍ୟୟ କରାଯିବ ।

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦୁଇଟି ଟିକାର ଆବଶ୍ୟକତା ରହିଥିବା ବେଳେ ଟିକା ମୂଲ୍ୟକୁ ବାଦ୍‌ଦେଇ ଏହାର ସଂରକ୍ଷଣ ଏବଂ ପରିବହନ ବାବଦରେ ପ୍ରତି ଟିକା ପିଛା ଦୁଇରୁ ତିନି ଡଲାର ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ମୋଟ ବ୍ୟୟ ପରିମାଣ ୫୦ ହଜାର ଟଙ୍କା ରହିବ । ଏହି ପରିମାଣର ଅର୍ଥ ବ୍ୟୟ ପାଇଁ କୌଣସି ସମସ୍ୟା ନାହିଁ କି ଏଥିପାଇଁ ଋଣ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ପାଇଁ କରାଯାଇଥିବା ବଜେଟ୍ ବ୍ୟବସ୍ଥା ଅନୁସାରେ ଏହି ବ୍ୟୟ ସାମିଲ ହେବ ବୋଲି କୁହାଯାଇଛି । ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟକୁ ଯୋଗାଯୋଗ କରାଯାଇଥିଲେ ହେଁ ସେଠାରୁ କୌଣସି ସୂଚନା ମିଳିପାରି ନଥିବା କୁହାଯାଇଛି । ବର୍ତ୍ତମାନ ସାରା ଦେଶରେ ପାର୍ବଣ ଉତ୍ସବ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଗାମୀ ଦିନରେ ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି । ୨୦୨୧ ଫେବୃଆରୀ ସୁଦ୍ଧା ଦୈନିକ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କୋଭିଡ୍‌-୧୯କୁ ନେଇ କେନ୍ଦ୍ର ସରକାରଙ୍କ ଅଧିୀନରେ କାର୍ଯ୍ୟ କରୁଥିବା ଏକ ବିଶେଷଜ୍ଞ ଦଳ ଆକଳନ କରିଛି । ତେବେ ଏହି ସମୟ ସୁଦ୍ଧା ଟିକା ଉପଲବ୍ଧ ହେବାର ମଧ୍ୟ ସମ୍ଭାବନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ସର୍ବବୃହତ ଟିକା ପ୍ରସ୍ତୁତକାରୀ କମ୍ପାନୀ ତଥା ପୁନେସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅ।।ଦାର ପୁନାୱାଲା ଭାରତରେ ଟିକାକରଣ ଏବଂ ଏଥିନେଇ ହେବାକୁ ଥିବା ଖର୍ଚ୍ଚ ବାବଦରେ କିଛି ଦିନ ପୂର୍ବରୁ ପ୍ରଶ୍ନ କରିଥିଲେ । ହିମାଳୟ ଠାରୁ ଆଣ୍ଡାମାନ ଦ୍ୱୀପ ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଟିକା ଉପଲବ୍ଧ କରିବାକୁ ହେଲେ ପ୍ରାୟ ୮୦ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି ଏବଂ ଏଥିନେଇ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି କି ନା ବୋଲି ପ୍ରଶ୍ନ କରିଥିଲେ । ସେତେବେଳେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ପ୍ରକାଶ କରାଯାଇନଥିବା ବେଳେ ଟିକା ଆସିବା ପରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହାକୁ ଉପଲବ୍ଧ କରାଯିବ ବୋଲି ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ କହିଥିଲେ ।