ୟୁଏନ୍‌ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଦେଖି ପ୍ରତିଟି ଭାରତୀୟ ଗର୍ବ କରିବେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ଗତକାଲି(ଗୁରୁବାର) ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ପ୍ରଧାମନ୍ତ୍ରୀ ମୋଦୀ ଜାତିସଂଘ ମୁଖ୍ୟ ଆଣ୍ଟିନିଓ ଗୁଟେରସଙ୍କ ଏକ ପୋଷ୍ଟ ସେୟାର କରି କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଦେଖି ପ୍ରତିଟି ଭାରତୀୟ ଗର୍ବ ଅନୁଭବ କରିବେ ।

ମୋଦୀ ଟ୍ବିଟ କରି କହିଛନ୍ତି ଯେ, “ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ । ଗାନ୍ଧୀବାଦୀ ବିଚାର ଏବଂ ତାଙ୍କର ଆଦର୍ଶ ଆମ ସମାଜକୁ ଆହୁରି ବିକଶିତ କରାଇବ ।

ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟରସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାପରେ ଗୁଟରେସ ଏକ ଟ୍ବିଟ କରି ସୂଚନା ଦେଇଥିଲେ। ଗୁଟରେସ ଗାନ୍ଧୀଙ୍କୁ ଶାନ୍ତିପୂର୍ଣ୍ଣ ସହ ଅସ୍ତିତ୍ବ, ନିରପେକ୍ଷତାକୁ ନେଇ ଆପୋଷ ବୁଝାବଣାକାରୀ ଓକିଲ ଭାବେ ବର୍ଣ୍ଣନା କରିଛନ୍ତି । ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟରେସ ଟ୍ବିଟକରି କହିଛନ୍ତି, ” ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧୀଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଏହା ଗାନ୍ଧୀଙ୍କ ଆଦର୍ଶ ଏବଂ ମୂଲ୍ୟବୋଧକୁ ମନେ ପକାଇବ।” ଏହି ପୋଷ୍ଟକୁ ମୋଦି ନିଜ ଟ୍ବିଟରରେ ସେୟାର କରିଛନ୍ତି ।