Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଶ୍ୱକପ୍ ସୁପରଲିଗ୍ ଆରମ୍ଭରେ ଇଂଲଣ୍ଡ ବିଜୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଶ୍ୱକପ୍ ସୁପରଲିଗ୍ ଆରମ୍ଭରେ ଇଂଲଣ୍ଡ ବିଜୟ

ସାଉଥାମ୍ପଟନ,ଏଜେନ୍ସି: ଫାଷ୍ଟ ବୋଲର ଡେଭିଡ୍ ୱିଲିଙ୍କ ଘାତକ ବୋଲିଂର ଉଚିତ ମୁକାବିଲା କରି ନପାରି ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଆୟର୍ଲାଣ୍ଡ ୧୭୨ ରନରେ ଅଲଆଉଟ ହୋଇଯାଇଛି। ଦଳ ପକ୍ଷରୁ ଡେବ୍ୟୁଟାଣ୍ଟ କୁର୍ଟିସ୍ କ୍ୟାମ୍ଫର ଅପରାଜିତ ରହିବା ସହ ୫୯ ରନ୍ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ୱିଲି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିବା ସହ ୩୦ ରନରେ ୫ଟି ୱିକେଟ ଅକ୍ତିଆର କରିଛନ୍ତି। ଜବାବରେ ରିପୋର୍ଟ ଲେଖା ହେଲା ବେଳକୁ ୧୭୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୯ ଓଭରରେ ୨ ୱିକେଟ ହରାଇ ୫୪ ରନ୍ ସଂଗ୍ରହ କରିନେଇଛି। ଏହି ସମୟରେ ଜେମ୍ସ ଭିନ୍ସ ୨୧ ଓ ଟମ୍ ବାଣ୍ଟନ ୧ ରନରେ ବ୍ୟାଟିଂ କରୁଥିଲେ। ଆୟର୍ଲାଣ୍ଡ ପକ୍ଷରୁ କ୍ରେଗ୍ ୟଙ୍ଗ ଓ ଆଣ୍ଡି ମ୍ୟାକବ୍ରାଇନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚ୍ ସହ ଆଇସିସି ଦିନିକିଆ ସୁପରଲିଗ୍ କ୍ରିକେଟ ଆରମ୍ଭ ହୋଇଛି।

ଏହି ମ୍ୟାଚରେ ଇଂଲଣ୍ଡ ଦଳ ଟସ୍ ଜିତିବାପରେ ଆୟର୍ଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା। କିନ୍ତୁ ଘରୋଇ ଦଳର ଫାଷ୍ଟ ବୋଲର ଡେଭିଡ୍ ୱିଲିଙ୍କ ବୋଲିଂକୁ ଆଦୌ ମୁକାବିଲା କରି ନପାରି ଆୟର୍ଲାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୱିଲି ତାଙ୍କ ପ୍ରଥମ ସ୍ପେଲରେ ୪ ୱିକେଟ ନେବା ଫଳରେ ଏକଦା ଆୟର୍ଲାଣ୍ଡ ୨୮ ରନରେ ୫ ୱିକେଟ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ଡେବ୍ୟୁଟାଣ୍ଟ ଅଲରାଉଣ୍ଡର ତଥା ସାଉଥ୍ ଆଫ୍ରିକା ଜନ୍ମିତ କୁର୍ଟିସ୍ କ୍ୟାମ୍ଫରଙ୍କ ଚମତ୍କାର ଧୈର୍ଯ୍ୟ ଓ ଟେକନିକ ସହାୟତାରେ ସ୍କୋରକୁ ଆଗକୁ ବଢ଼ାଇବାରେ ସମର୍ଥ ହୋଇଥିଲେ। ଦଳ ୭୯ ରନରେ ୭ ୱିକେଟ ହରାଇ ଆଉ ଏକ ବିପର୍ଯ୍ୟୟ ଆଡକୁ ଯାଉଥିଲାବେଳେ କ୍ୟାମ୍ଫରଙ୍କ ସହ ଆଣ୍ଡି ମ୍ୟାକବ୍ରାଇନ୍ ଯୋଗଦେଇ ସ୍ଥିତିକୁ କେତେକାଂଶରେ ସମ୍ଭାଳିବାରେ ସମର୍ଥ ହୋଇଥିଲେ। କ୍ୟାମ୍ଫର ୧୧୮ ବଲ୍ ଖେଳି ୪ ଚୌକା ସହ ସର୍ବାଧିକ ୫୯ ରନରେ ଅପରାଜିତ ରହିଥିଲେ। ତାଙ୍କ ପାର୍ଟନର ମ୍ୟାକବ୍ରାଇନ ୪୮ବଲରୁ ୩ ଚୌକା ଓ ଗୋଟିଏ ଛକା ସହ ୪୦ ରନରେ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ୟାରେଥ୍ ଡେଲାନୀ ଓ କେଭିନ୍ ଓ’ବ୍ରିଏନ୍ ଡବଲ ଫିଗର ଛୁଇଁଥିଲେ। ଉଭୟ ଖେଳାଳି ୨୨ ରନ୍ ଲେଖାଏଁ କରିଥିଲେ।

ଇଂଲଣ୍ଡ ପକ୍ଷରୁ ୱିଲି ୩୦ ରନ୍ ଦେଇ ସର୍ବାଧିକ ୫ ୱିକେଟ ଅକ୍ତିଆର କରିବା ସହ ନିଜ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିବାରେ ସମର୍ଥ ହୋଇଥିଲେ। ଏହା ପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷରେ ୩୪ ରନରେ ୪ଟି ୱିକେଟ ନେଇ ଶ୍ରେଷ୍ଠ ବୋଲିଂ ସଫଳତାର ଅଧିକାରୀ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଦିକ୍ ମହମ୍ମଦ୍ ୨ଟି, ଆଦିଲ ରଶିଦ୍ ଓ ଟମ୍ କୁରାନ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ। ଉପଅଧିନାୟକ ମୋଇନ୍ ଅଲ୍ଲୀ ତାଙ୍କ ୧୦ ଓଭର କୋଟା ପୂରଣ କରି ୩୭ ରନ୍ ଦେଇଥିଲେ ମଧ୍ୟ କୌଣସି ସଫଳତା ପାଇ ନଥିଲେ।

ସଂକ୍ଷିପ୍ତ ସ୍କୋର
ଆୟର୍ଲାଣ୍ଡ: ୧୭୨/ଅଲଆଉଟ, ୪୪.୪ ଓଭର (କୁର୍ଟିସ କ୍ୟାମ୍ଫର-୫୯*, ଆଣ୍ଡି ମ୍ୟାକବ୍ରାଇନ-୪୦, ଗ୍ୟାରେଥ୍ ଡେଲାନୀ-୨୨, କେଭିନ୍ ଓ’ବ୍ରିଏନ୍-୨୨, ଡେଭିଡ୍ ୱିଲି-୫/୩୦, ସାଦିକ୍ ମହମ୍ମଦ୍-୨/୩୬)।

ଇଂଲଣ୍ଡ: ୧୭୪/୪, ୨୭.୫ ଓଭର (ସାମ୍ ବିଲିଙ୍ଗସ-୬୭*, ଇଅନ ମୋର୍ଗାନ-୩୬*, ଜେମ୍ସ ଭିନ୍ସ-୨୫, ଜେସନ ରୟ-୨୪, କ୍ରେଗ୍ ୟଙ୍ଗ-୨-୫୬, କ୍ୟାମ୍ଫର-୧/୨୬)।