ଲକ୍ଷ୍ୟଦ୍ବୀପ,ଏଜେନ୍ସି: ଦେଶରେ ପ୍ରଦୂଷଣ ଦିନକୁ ଦିନ ବଢି ବଢି ଚାଲିଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷପ ପରେ ବି ଆୟାତ ହୋଇପାରୁନି ପ୍ରଦୂଷଣ। ଏଭଳି ସ୍ଥିତିରେ ପ୍ରଦୂଷଣ ରୋକିବାକୁ ଭିନ୍ନ ପଦକ୍ଷପ ଆପଣେଇଛନ୍ତି ଲକ୍ଷ୍ୟଦୀପ୍ ପ୍ରଶାସନ।
ପୁରା କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରତି ବୁଧବାର ସାଇକେଲ ଡେ ଭାବରେ ପାଳନ କରାଯିବାକୁ ଆଜି ନିର୍ଦ୍ଦେଶ ଦେଇଛି ପ୍ରଶାସନ। ଏହା ସହି ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ବୁଧବାର ଦିନ ସାଇକେଲରେ ଅଫିସ ଆସିବାକୁ କଡାକଡି ଭାବରେ ନିର୍ଦ୍ଦେଶ ଦିଆଯାଇଛି।
ଏହା ଦ୍ୱରା ଲକ୍ଷ୍ୟଦୀପ୍ରେ ପ୍ରଦୂଷଣ ମାତ୍ରା କମିବା ସହିତ ପୁରା ଦେଶରେ ମଧ୍ୟ ପ୍ରଦୂଷଣ ହ୍ରାସ କରିବାରେ ଏହା ସହାୟକ ହେବ ବୋଲି ଲକ୍ଷ୍ୟଦୀପ୍ ପ୍ରଶାସନ ପକ୍ଷଣୁ ସ୍ପଷ୍ଟ କରାଯାଇଛି।
ତେବେ ପ୍ରଦୂଷଣ ନିରାକରଣ ପାଇଁ ଏଭଳି ଏକ ପଦକ୍ଷପ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଏକ ବଡ଼ ଉଦାହରଣ ହୋବକୁ ଯାଉଛି। ଅନ୍ୟପଟେ ଏହି ପଦକ୍ଷପ ରାଜ୍ୟମାନଙ୍କୁ ପ୍ରେରିତ କରିବା ସହିତ ଆଗାମୀ ଦିନରେ ଯଦି ରାଜ୍ୟମାନେ ଏହିଭଳି କିଛି ପଦକ୍ଷପ ଗ୍ରହଣ କରନ୍ତି ତେବେ ଅନେକ ଗୁଣାରେ ଦେଶରେ ପ୍ରଦୂଷଣ କମାଯାଇ ପରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।