କରାଚୀରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସଜେଟର ଏସଜି-୧୧ ବିମାନ ପାକିସ୍ତାନର କରାଚୀରେ ଜରୁରୀକାଳୀନ ଅବତରଣ କରିଛି । ବିମାନର ଇଣ୍ଡିକେଟରରେ ତ୍ରୁଟି ଦେଖା ଦେବା ଯୋଗୁ ଏହି ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଏନେଇ ସ୍ପାଇସଜେଟର ପ୍ରବକ୍ତା ସୂଚନା ପ୍ରଦାନ କରିଛନ୍ତି ।

ସ୍ପାଇସଜେଟର ପ୍ରବକ୍ତା କହିଛନ୍ତି ଯେ, କୌଣସି ପ୍ରକାର ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇ ନଥିଲା । ଆଉ ବିମାନର ସାମାନ୍ୟ ଅବତରଣ ହୋଇଥିଲା । ବିମାନରେ କୌଣସି ତ୍ରୁଟି ଥିବା ନେଇ ପ୍ରଥମରୁ ସୂଚନା ମିଳିନଥିଲା । ଯାତ୍ରୀଙ୍କୁ ପାଣି ପିଆଯାଇଛି । ଯାତ୍ରୀଙ୍କୁ ଦୁବାଇ ଆଣିବା ପାଇଁ ଆଉ ଗୋଟିଏ ବିମାନ କରାଚୀ ପଠାଯାଇଛି ।