ବୃଦ୍ଧଙ୍କୁ ଦଳିଦେଲା ହାତୀ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନାଞ୍ଚଳ ଅନ୍ତର୍ଗତ ବାବୁରିକାନି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଜି ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ବାବୁରିକାନି ଗ୍ରାମର କମାର କିସାନ (୬୫) ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଶୌଚ ହେବାକୁ ଘର ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଏକ ହାତୀ ତାଙ୍କୁ ଶୁଣ୍ଢରେ ଟେକି କାଚଡ଼ି ଦେବାସହ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ କମାରଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ କେତେକ ଗ୍ରାମବାସୀ ଏହା ଦେଖି କମାରଙ୍କ ପରିବାର ଓ ବନ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ରେଞ୍ଜର ଦେବବ୍ରତ୍ତ ନନ୍ଦ ସଦଳବଳେ ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ଜଣାପଡ଼ିଛି। ଖବର ଲେଖାହେବା ପର୍ଯ୍ୟନ୍ତ ମୃତଦେହ ସେଠାରେ ପଡିରହିଛି।