କୋଲକାତା,ଏଜେନ୍ସି: ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଆଜି ବୈଠକ। ଏଥିରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହିତ ପଶ୍ଚିମବଙ୍ଗ କୋର କମିଟି ସଦସ୍ୟମାନେ ଯୋଗଦେବେ। ଆଜିର ବୈଠକରେ ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀମାନଙ୍କର ତାଲିକା ଚୂଡ଼ାନ୍ତ ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତୀରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ରହିଛନ୍ତି। ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀ, କେରଳ, ତାମିଲନାଡୁ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଥମଥର ପାଇଁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ହେଉଛି।