ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଆସନ୍ତା ବର୍ଷ ପାଇଁ ରମାଇ ହାଇସ୍କୁଲରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ଡମ୍ବରୁଧର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଚୟନ କମିଟିର ସଭ୍ୟ ସୂର୍ଯ୍ୟକୁମାର ନନ୍ଦ, ଦୀପ୍ତି ପ୍ରକାଶ ଦାସ, ଜନ୍ମଜୟ ପଣ୍ଡା, ବିରଞ୍ଚି ମହଲା ଲଲମାନ ଲୁହା ମାଧବ ପାଣିଗ୍ରାହୀ ଓ ଗୌର ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ଆସନ୍ତା ବର୍ଷ ପାଇଁ ସଭାପତି ଭାବେ ସୂର୍ଯ୍ୟକୁମାର ନନ୍ଦ, କାର୍ଯ୍ୟକାରୀ ସଭାପତି ଭାବେ ଗୋବିନ୍ଦ ମେହେର, ଉପସଭାପତି ଭାବେ ସୁଶ୍ରୀ ସବିତା ଭୋଇ, ସାଧାରଣ ସମ୍ପାଦକ ଭାବେ ଅରୁଣ ତ୍ରିପାଠୀ, ସହସମ୍ପାଦକ ବୁଦ୍ଧଦେବ ମେହେର ଓ ଦେବକାନ୍ତ ମେହେର ନିର୍ବାଚିତ ହୋଇଛନନ୍ତି । ଏନେଇ ସହସମ୍ପାଦକ ରାଜେଶ କୁମାର ସାହୁ ଜଣାଇଥିବାବେଳେ ଖୁସିରାମ ମଲ୍ଲିକ ଧନ୍ୟବାଦ ଦେଇଛନ୍ତି ।