ହଜିଗଲା ମାନବିକତା: ବିଲ୍ ପାଇଁ ବେଡରେ ବନ୍ଧା ହେଲେ ବୃଦ୍ଧ

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗଧାଡ଼ିର ଯୋଦ୍ଧା କୁହାଯାଉଛି। କିନ୍ତୁ ଏସବୁ ମଧ୍ୟରେ କିଛି ଜାଗାରୁ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସୁଛି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି, ଯେଉଁଠି ଶାଜାପୁରର ଏକ ହସ୍ପିଟାଲରେ ଜଣେ ରୋଗୀଙ୍କୁ ଶଯ୍ୟାରେ ବାନ୍ଧି ଦିଆଯାଇଛି।

ମଧ୍ୟପ୍ରଦେଶର ଶାଜାପୁରର ଏକ ହସ୍ପିଟାଲରେ ଜଣେ ବୃଦ୍ଧ ଚିକିତ୍ସିତ ହେଉଥିବା ଜଣେ ବୃଦ୍ଧ ହସ୍ପିଟାଲ ବିଲ୍ ପୈଠ ନ କରିପାରିବାରୁ ହସ୍ପିଟାଲ କର୍ମଚାରୀ ତାଙ୍କୁ ବେଡରେ ବାନ୍ଧି ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ, ବୃଦ୍ଧଙ୍କୁ ବେଡରେ ବନ୍ଧକ ରଖିବା ସହ ଘଟଣାର ୩-୪ ଦିନ ପୂର୍ବରୁ ଖାଦ୍ୟ ମଧ୍ୟ ଠିକଭାବେ ଦିଆଯାଉନଥିଲା ବୋଲି ତାଙ୍କ ପରିବାର ଲୋକ ଆରୋପ ଲଗାଇଛନ୍ତି। ଅନ୍ୟପଟେ ହସ୍ପିଟାଲ ପ୍ରଶାସନ ଏହି ଆରୋପକୁ ଖଣ୍ଡନ କରିଛନ୍ତି।