ନିର୍ବାଚନକୁ ନେଇ ଗାଇଡଲାଇ ଜାରି କଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କରୋନା କାଳରେ ନିର୍ବାଚନ ହେବାକୁ ନେଇ ନିର୍ବାଚନ ଆୟୋଗ ଗାଇଡଲାଇନ ଜାରି କରିଛି। ଗାଇଡଲାଇନ ମୁତାବକ, ଆଶାୟୀ ପ୍ରାର୍ଥୀଙ୍କୁ ଅନଲାଇନରେ ନାମାଙ୍କନ ପତ୍ର ଦାଖଲ କରିବାକୁ ପଡ଼ିବ। ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ କରିବାକୁ ହେବ। ଘରକୁ ଘର ବୁଲି ପ୍ରଚାର କରିବା ସମୟରେ ପ୍ରାର୍ଥୀଙ୍କ ସହ ମାତ୍ର ୫ଜଣ ଉପସ୍ଥିତ ରହିିବେ। ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେବାପରେ ହିଁ ସାର୍ବଜନୀନ ସଭା ଓ ରୋଡ଼ ଶୋ’ର ଆୟୋଜନ କରାଯାଇପାରିବ। ଏଥିସହିତ ମତଦାତାଙ୍କୁ ଭୋଟିଂ ପୂର୍ବରୁ ଗ୍ଲୋବ୍ସ ଦିଆଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅକ୍ଟୋବର ଓ ନଭେମ୍ବର ବେଳକୁ ନିର୍ବାଚନ ଆୟୋଜନ କରାଯିବାର ସମ୍ଭାବନା ରହିଛି।