ଆଇନ୍‌ଷ୍ଟାଇନ୍‌ଙ୍କ ପାଣ୍ଡୁଲିପି ୯୭ କୋଟିରେ ନିଲାମ

ପ୍ୟାରିସ,ଏଜେନ୍ସି: ନୋବେଲ ପୁରସ୍କାର ପ୍ରାପ୍ତ ଜର୍ମାନୀର ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ପାଣ୍ଡୁଲିପି ୧୩ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୯୭ କୋଟି ଟଙ୍କା)ରେ ନିଲାମ ହୋଇଥିବା ଜଣାପଡିଛି। ଆଇନ୍‌ଷ୍ଟାଇନ୍‌ଙ୍କ ‘ଥିଓରୀ ଅଫ୍ ରିଲେଟିଭିଟି’ର ୫୪ ପୃଷ୍ଠାବ୍ୟାପୀ ଏହି ମୂଳ ପାଣ୍ଡୁଲିପି ୪ରୁ ୫ ନିୟୁତ ଡଲାରରେ ବିକ୍ରି ହେବ ବୋଲି ନିଲାମକାରୀ ସଂସ୍ଥା ‘କ୍ରିଷ୍ଟି’ ପକ୍ଷରୁ ଅନୁମାନ କରାଯାଉଥିଲା।

ଆଇନ୍‌ଷ୍ଟାଇନ୍‌ଙ୍କ ହାତଲେଖା ଏହି ପାଣ୍ଡୁଲିପି ତାଙ୍କର ଅନ୍ତରଙ୍ଗ ବନ୍ଧୁ ତଥା ସ୍ୱିଜରଲାଣ୍ଡର ପଦାର୍ଥ ବିଜ୍ଞାନୀ ମାଇକେଲ ବେସୋଙ୍କ ହେପାଜତରେ ରହିଥିଲା। ଅଇନ୍‌ଷ୍ଟାଇନ୍‌ଙ୍କର ଏହି ତଥ୍ୟକୁ ଆଧାର କରି ଆଧୁନିକ ଯୁଗର ଜିପିଏସ୍ ନେଭିଗେସନ ସିଷ୍ଟମ ଆବିଷ୍କାର କରାଯାଇଛି।