ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଉତ୍ତରପ୍ରଦେଶ,ଏଜେନ୍ସି: ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ ମାମଲା ତେଣୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ତେବେ ଏହାରି ଭିତରେ ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ।

ଏନେଇ ସୁଚନା ଦେଇଛନ୍ତି ଉତ୍ତରପ୍ରଦେଶ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନଭନିତ ସେହଗଲ୍। ପୁର୍ବରୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଘୋଷଣା ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ପୁଣି ଆସନ୍ତା ୨୩ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ ଅନଲାଇନ୍ ମାଧ୍ୟମରେ ପିଲାଙ୍କ କ୍ଲାସ୍ ଚାଲିଛି। ସୂଚନା ଅନୁସାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ୧୫ ତାରିଖରେ ହେବାକୁ ଥିବା ସେମିଷ୍ଟାର ପରୀକ୍ଷାକୁ ମଧ୍ୟ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ସୂଚନା ପରେ ପୁଣି ଏହାକୁ ଲାଗୁ କରାଯିବ।