ଦେଶରେ ଟିକାକରଣକୁ ପୁରିଲା ବର୍ଷେ, ବର୍ତ୍ତମାନ ସୁଦ୍ଧା ଦିଆଯାଇଛି ୧୫୬ କୋଟି ଟିକା

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଟିକାକରଣକୁ ପୁରିଲା ବର୍ଷେ। କରୋନା ମହାମାରୀର ସଙ୍କଟ କାଳରେ ଏହି ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୧୫୬ କୋଟି ଟିକା ଦିଆଯାଇଛି। ସେଥିମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇଛନ୍ତି ପ୍ରଥମ ଡ଼ୋଜ୍ ଟିକା ସେହିପରି ୬୦ ପ୍ରତିଶତ ଲୋକ ନେଇଛନ୍ତି ଦ୍ୱିତୀୟ ଡ଼ୋଜ୍ ଟିକା। ସବୁଠାରୁ ବଡ଼ କଥା ହେଉଛି ଜାନୁଆରୀ ୩ ରୁ ଆରମ୍ଭ ହୋଇଛି କିଶୋର ମାନଙ୍କ ଟିକାକରଣ କାର୍ଯ୍ୟକ୍ରମ।

ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣୟ ପକ୍ଷରୁ ସୁଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଅନେକ  କିଶୋର ମଧ୍ୟ ଟିକା ନେଇସାରିଲେଣି। ଯାହାଫଳରେ ସାଧାରଣରେ ଏହି କରୋନା ସଂକ୍ରମଣକୁ  ପ୍ରତିହତ କରିହେବ। ଦେଶରେ କରୋନା ଆକ୍ରାନ୍ତ ୪.୧୮ ପ୍ରତିଶତ ଥିବା ବେଳେ ସୁସ୍ଥ ମଧ୍ୟ ୯୪.୫୧ ପ୍ରତିଶତ ରହିଛି। ତେବେ ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଦି ସମସ୍ତେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି।