ନୂଆଦିଲ୍ଲୀ: ଖାଇବା ତେଲ ଦର ଖୁବଶୀଘ୍ର କମିବ । ଖାଦ୍ୟ ଯୋଗଣ ଓ ଉପଭୋକ୍ତା ମନ୍ତ୍ରଣାଳୟ ଖାଇବା ତେଲ ପ୍ରସ୍ତୁତ କରୁଥିବା କମ୍ପାନୀକୁ ଦର କମାଇବାକୁ କହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦର କମିଥିଲେ ମଧ୍ୟ ପ୍ୟାକେଟ ତେଲ ଦର କମିନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଖାଦ୍ୟ ମନ୍ତ୍ରଣାଳୟର କହିବାନୁସାରେ, ବର୍ତ୍ତମାନ ସମୟରେ ଘରୋଇ ବଜାରରେ ଖାଇବା ତେଲ ଦର ଅଧିକ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ପାମ, ସନ ଫ୍ଲାୱାର ଓ ସୋୟାବିନ ଅଏଲର ଦର କମିଯାଇଛି । ସେଥିପାଇଁ ସୋରିଷ, ବାଦାମ ଓ ସୋୟାବିନ ଉତ୍ପାଦନରେ ଜବରଦସ୍ତ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।