ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜିଠୁ ୫ ତାରିଖ ପର୍ଯ୍ୟନ୍ତ କାଳ ବୈଶାଖୀ ବର୍ଷା ହେବ । ଏହି ସମୟରେ ଘଡ଼ଘଡ଼ି ମଧ୍ୟ ହେବ । ଏନେଇ ଭୁବେନଶ୍ୱର ପାଣିପାଗ କେନ୍ଦ୍ର ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ପ୍ରଦାନ କରିଛନ୍ତି ।
ସେହିପରି ୬ରେ ସୃଷ୍ଟି ଘୂର୍ଣ୍ଣବଳୟ ୭ରେ ଲଘୁଚାପର ରୂପ ନେବ । ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତର ରୂପ ନେବ । ପରେ ଏହା କ୍ରମେ ଉତ୍ତର ଦିଗକୁ ଗତି କରିବ । ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟା ରୂପ ନେଇପାରେ । ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ସ୍ୱଷ୍ଟ ହୋଇନି । ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନାହିଁ ବୋଲି ଆଇଏମଡୀ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।