ପୁଣି ଜ୍ୟାକଲିନଙ୍କୁ ସମନ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସୁକେଶ ଚନ୍ଦ୍ରଶେଖର ଠକେଇ ମାମଲାରେ ଇଡି ଆଜି ପୁଣି ସମନ ଜାରି କରିଛି । ଉକ୍ତ ମାମଲାରେ ଇଡି ବହୁବାର ଜ୍ୟାକଲିନଙ୍କୁ ପଚରାଉଚୁରା କରିସାରିଛି ।

ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିଛିଦିନ ପୂର୍ବରୁ କଥିତ ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଥିଲା । କିନ୍ତୁ ଜ୍ୟାକଲିନଙ୍କ ବିରୋଧରେ ଏହି ଲୁକଆଉଟ ନୋଟିସକୁ ଅଦଲତ ଖାରଜ କରିଥିଲେ । ଜ୍ୟାକଲିନଙ୍କୁ କୋର୍ଟ ଜୁନ୍ ୩୧ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଆବୁଧାବିରେ ହୋଇଥିବା ଆଇଫା ଆୱାର୍ଡ ଭାଗ ନେବା ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଥିଲେ ।