ଜ୍ୟାକଲିନଙ୍କ ୭ କୋଟି ଟଙ୍କା ଜବତ କଲା ଇଡି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜ୍ୟାକଲିନଙ୍କର ୭.୨୭ କୋଟିଳ ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି । ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ପୁଣିଥରେ ପଚରାଉଚୁରା ପାଇଁ ଜ୍ୟାକଲିନଙ୍କୁ ଇଡ଼ି ସମନ କରିପାରେ ।

ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମେତ ଅନେକ ଫିଲ୍ମ ଅଭିନେତ୍ରୀଙ୍କୁ ପଚରାଉଚୁରା କରିଛି । ପଚରାଉଚୁରା ସମୟରେ ନୋରାଙ୍କୁ ଇଡ଼ି ସାକ୍ଷ୍ୟ କରିଥିବାବେଳେ ଜ୍ୟାକଲିନଙ୍କୁ ଏପର୍ଯ୍ୟନ୍ତ କ୍ଲିନ ଚିଟ୍ ପ୍ରଦାନ କରିନାହିଁ ।