କେସିଙ୍ଗା,ଏନ୍ଏନ୍ଏସ୍: ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି କରିଥିବା ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମନି ଲଣ୍ଡ୍ରିଂ ଲିଙ୍କ ନେଇ ଇଡି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଚଢ଼ଉ ହୋଇଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଥିବା ଅର୍ଚ୍ଚନା ନାଗଙ୍କ ପୈତୃକ ଘରକୁ ମଧ୍ୟ ଇଡ଼ି ପକ୍ଷରୁ ସକାଳ ୭ଟାରୁ ଚଢ଼ଉ ଜାରି ରହିଛି । ଘର ବାହାରେ ସିଆରପିଏଫ ଯବାନଙ୍କ କଡ଼ା ସୁରକ୍ଷା ବଳୟ ଭିତରେ ଇଡି ବିଭାଗର ୪ଜଣ ଅଧିକାରୀ ଘର ଭିତରକୁ ପଶି ବିଭିନ୍ନ କାଗଜ ପତ୍ର, ବ୍ୟାଙ୍କ ପାସବୁକ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଘରକୁ ଲାଗିଥିବା ଦୋକାନ ମାଲିକଙ୍କଠାରୁ ମୋବାଇଲ ଫୋନ ନେଇଥିବାବେଳେ ଅନେକ ତଥ୍ୟ ହାତକୁ ଲାଗିଥିବ ଜଣାପଡ଼ିଛି।