ସିବିଆଇ ପରେ ସିସୋଦିଆଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଇଡି ଗିରଫ କରିଛି । ଆଜି ଦ୍ୱିତୀୟଥର ପାଇଁ ଦିଲ୍ଲୀ ଅବକାରୀ ନୀତି ମାମଲାରେ କଥିତ ଅନିୟମିତତା ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ସିସୋଦିଆଙ୍କୁ ତିହାଡ଼ ଜେଲରେ ଇଡି ଜେରା କରିଥିଲା। ଗତକାଲି ମଧ୍ୟ ସିସୋଦିଆଙ୍କୁ ଜେଲରେ ଜେରା କରାଯାଇଥିଲା ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମନିଷ ସିସୋଦିଆଙ୍କୁ ସିବିଆଇ ଫେବୃଆରୀ ୨୬ରେ ଗିରଫ କରିଥିଲା । ଦିଲ୍ଲୀର ଏକ ଅଦାଲତ ସିସୋଦିଆଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ସିବିଆଇ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣୀ ଆସନ୍ତାକାଲି ହେବ ।