ରାଜସ୍ଥାନରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୧

ଜୟପୁର,ଏଜେନ୍ସି: ରାଜସ୍ଥାନର ଜୟପୁର ଠାରୁ କିଛି ଦୂରରେ ଗୁରୁବାର-ଶୁକ୍ରବାର ରାତି ୧୨ଟା ୪୪ରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ଅନୁସାରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ଥିଲା। ଏଥିରେ କୌଣସି ଧନ-ଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ବିଗତ ୪ ମାସ ମଧ୍ୟରେ ୧୮ ଥର ଭୂମିକମ୍ପ ଅନୁଭୂତ ହୋଇଛି।