ଶ୍ରୀନଗର,ଏଜେନ୍ସି: ଜାମ୍ମୁ-କଶ୍ମୀରରେ ଆଜି ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପରେ କୌଣସି ପ୍ରକାରର ଧନ ଜୀବନ ହାନି ହୋଇନଥିବା ଜଣାପଡ଼ିଛି। ରାଷ୍ଟ୍ରୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ଆଜି ସକାଳ ୭ଟାରେ ତାଜକିସ୍ତାନର ଦୁସାମ୍ବେ ଠାରୁ ୩୪୧ କିମି ଦୂରରେ ଥିବା ପୂର୍ବ-ଦକ୍ଷିଣପୂର୍ବ ଅଂଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ଚାଲି ଯାଇଥିଲେ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ଥିଲା।
ରିପୋର୍ଟ ଲେଖାଯିବା ବେଳକୁ ଜାମ୍ମୁ-କଶ୍ମୀରରେ ଭୂମିକମ୍ପ ଯୋଗୁଁ କାହାରି ମୃତ୍ୟୁ ହୋଇନାହିଁ। ସେହିପରି ଦେଶର ରାଜଧାନୀ ଦିଲ୍ଲୀ ସମେତ ଦେଶର କିଛି ଅଚଂଳରେ ବିଗତ କିଛି ଦିନ ହେବ କ୍ରମାଗତ ଭାବେ ଭୂମିକମ୍ପ ଅନୁଭୂତ ହେଉଛି। ଗୁଜୁରାଟର ଭୁଜରେ ବିଗତ ୨ ଦିନ ମଧ୍ୟରେ ୩ ଥର ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି।