ଗଞ୍ଜାମରେ ମୃଦୁ ଭୂମିକମ୍ପ

ପାତ୍ରପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର କିଛି ଗ୍ରାମରେ ଶନିବାର ସକାଳ ୭.୨୦ ମିନିଟରେ ମୃଦୁ ଭୂମିକମ୍ପ
ଅନୁଭୂତ ହୋଇଛି । ବ୍ଲକର ଖାରିଆଗୁଡ଼ା, ତୁରୁବୁଡ଼ି, ସୁରଙ୍ଗି, ମନ୍ଦରଡ଼ା, ପଦାଦିଗି, ତଣ୍ଡିପୁର, ଆଙ୍କୁଲି ପଞ୍ଚାୟତର ବିଭିନ୍ନ ଗ୍ରାମ ସହ ଚିକିଟି ବ୍ଲକ, ଆନ୍ଧ୍ରର ଇଛାପୁର ଓ ରାଜପୁର ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ ।