ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସର୍ବିୟାର ବେଲଗ୍ରେଡ୍ଠାରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ଆଥଲେଟିକ୍ସ ଇନ୍ଡୋର୍ ଚାମ୍ପିଅନ୍ଶିପ୍ରେ ଦେଶର ଦ୍ରୁତତମ ଧାବିକା ଓଡ଼ିଆ ପ୍ରତିଯୋଗୀ ଦୂତୀ ଚାନ୍ଦ ଅଂଶଗ୍ରହଣ କରିବେ। ଏହାଛନା ଶଟପୁଟର୍ ତାଜିନ୍ଦରପାଲ୍ ସିଂହ ଟୁର୍, ଲଙ୍ଗ୍ ଜମ୍ପର୍ ଏମ. ଶ୍ରୀଶଙ୍କର ମଧ୍ୟ ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୋଲି ଶୁକ୍ରବାର ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫ୍ଆଇ) ପକ୍ଷରୁ ସଭାପତି ଆଦିଲ୍ ସୁମାରିୱାଲା ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟ ର୍ୟାଙ୍କିଙ୍ଗ୍ ମାଧ୍ୟମରେ ଟୁର୍ (ଚତୁର୍ଦ୍ଦଶ) ଓ ଶ୍ରୀଶଙ୍କର (ଅଷ୍ଟାଦଶ) ଯୋଗ୍ୟତା ପାଇଥିବା ବେଳେ ଦୂତୀ ଆମନ୍ତ୍ରଣ ପୂର୍ବକ ୬୦ ମିଟର ଇଭେଣ୍ଟ୍ରେ ଅଂଶଗ୍ରହଣ କରିବେ ବୋଲି ଉକ୍ତ ଚାମ୍ପିଅନ୍ଶିପ୍ର ଜୁରୀ ସଦସ୍ୟ ଥିବା ସୁମାରିୱାଲା କହିଛନ୍ତି।