ଟୋକିଓରେ ପୁଣି ନିରାଶ କଲେ ଦୂତି, ୨୦୦ ମିଟରେ ଦୈଡରେ ସପ୍ତମ ସ୍ଥାନ ହାସଲ

ଟୋକିଓ,ଏଜେନ୍ସି: ପୁଣି ଥରେ ନିରାଶ କଲେ ଓଡ଼ିଶାର ଆଥଲେଟ୍ ଦୂତି ଚାନ୍ଦ। ୨୦୦ ମିଟର ଦୈଡକୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କରି ସେ ସପ୍ତମ ସ୍ଥାନରେ ରହିଛନ୍ତି। ଏହାପୂର୍ବରୁ ସେ ୧୦୦ ମିଟର ଦୈଡରେ ବି ସପ୍ତମ ସ୍ଥାନ ହାସଲ କରିଥିଲେ। ୧୦୦ ମିଟରକୁ ପୂରଣ କରିବା ପାଇଁ ୧୧.୫୪ ସେକେଣ୍ଡ ସମୟ ନେଇଥିଲେ।

୨୦୦ ମିଟରର ଦୂତୀଙ୍କ ଶ୍ରେଷ୍ଠ ଟାଇମିଂ ଥିଲା ୨୩.୦୦ ସେକେଣ୍ଡ। ସେ ୨୦୧୮ରେ ଜାକର୍ତ୍ତାରେ ଆୟୋଜିତ ଏସିଆନ ଗେମ୍ସରେ ଏହି ଟାଇମିଂ ହାସଲ କରିଥିଲେ। ୨୦୧୯ରେ ଦୋହାର କତାରଠାରେ ଆୟୋଜିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପରେ ଦୂତୀ ୨୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ।